ସ୍ତ୍ରୀକୁ ହାଣି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ

0
126

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା ରାଇଘର ବ୍ଲକର ଖଡ଼କାରପାରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ କୋଦାଳରେ ହାଣି ନିଜେ ମଧ୍ୟ ଆତ୍ମହତ୍ୟା କରିଛି । ସ୍ୱାମୀ ହେଉଛନ୍ତି ବାଲା ନାୟକ(୪୨) ତାଙ୍କ ପତ୍ନୀ ସୁର ବାଇ ନାୟକ(୩୫) । ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ, ଗ୍ରାମବାସୀମାନେ କହିଛନ୍ତି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଲାଗି ରହୁଥିଲା । ସବୁ ଦିନ ପରି ବାଲା ପତ୍ନୀ ସୁର ବାଇଙ୍କ ସହ ବିଲ କାମରେ ବାହାରିଥିଲେ। ବିଲରେ ଦୁହିଁଙ୍କ ମଧ୍ୟରେ କଳି ଲାଗିଥିଲା। ପରେ କଳି ବଢ଼ିବାରୁ ବାଲା ରାଗିଯାଇ ପତ୍ନୀଙ୍କୁ ଅାକ୍ରମଣ କରିଥିଲେ। ପରେ ନିଜେ ଅଣ୍ଟାରେ ଭିଡ଼ିଥିବା ଗାମୁଛାକୁ ବେକରେ ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇଁ ପୋଲିସ ଘଟଣାର ତଦନ୍ତ ଚଳାଇଛି ।