ତନ୍ତ୍ର ସାଧନା ନିମିତ୍ତ ପତ୍ନୀଙ୍କୁ ହତ୍ୟା

0
110
close-up of man holding knife smeared with blood and still dripping.

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ଗ୍ରାମ ପଞ୍ଚାୟତ ହିତସରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତନ୍ତ୍ର ସାଧନା ପାଇଁ ୨୯ ତାରିଖରୁ ନିଜ ସ୍ତ୍ରୀ ହାତପାପୁଲି କାଟି ବଳି ଦେବା ପରେ ତାଙ୍କୁ ହତ୍ୟା କରିଥିବାର ଶନିବାର ଘଟଣାଟି ଲୋକ ସାମ୍ମନାକୁ ଆସିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ରେଢାଖୋଲ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇଛି। ସୂଚାନଯୋଗ୍ୟ, ଅଭିଯୁକ୍ତ ସ୍ୱାମୀ ଚଗଲା ସେଠୀ (୪୪) ପତ୍ନୀଙ୍କ ବଳି ଦେବା ନିମିତ୍ତ ତାର ହାତ କାଟିବା ପରେ ସେ ପାଟି କରିବାରୁ ତାର ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିଲେ। ପରେ ଶୁକ୍ରବାର ଅପରାହ୍ନରେ ଗ୍ରାମର କେତେକ ବ୍ୟକ୍ତି ରତାଖଣ୍ଡି ଜଙ୍ଗଲରେ ସୁଲୋଚନାଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ।