ଆଇସିସି ଓଡ଼ିଆଇ ରେଂକିଙ୍ଗ

0
130

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ନୂଆ ଦିନିକିଆ ରେଂକିଙ୍ଗ ଆରମ୍ଭ ହୋଇସାରିଲାଣି। ଏଥିରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ରେଂକିଙ୍ଗରେ ନିଜର ସ୍ଥାନ ବଜାୟ ରଖିଛନ୍ତି। କୋହଲି ୮୯୯ ନଂ ଟପରେ ବଜାୟ ଅଛନ୍ତି। ଆଇସିସି ଓଡ଼ିଆଇ ରା ଦ୍ଵିତୀୟ ସ୍ଥାନରେ ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା ଅଛନ୍ତି। ରୋହିତଙ୍କ ଜୋଡିଦାର ଶିଖର ଧାୱନ ମଧ୍ୟ ଟପ ୧୦ ଲିଷ୍ଟରେ ସାମିଲ ଅଛନ୍ତି। ସେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ପୂର୍ବରୁ ସେ ୯ମ ସ୍ଥାନରେ ଥିଲେ। ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇସିସି ଓଡ଼ିଆଇ ରେଂକିଙ୍ଗରେ ୨୦ତମ ସ୍ଥାନରେ ଅଛନ୍ତି। ଆଇସିସି ଓଡ଼ିଆଇ ବୋଲର ମାନଙ୍କ ରେଂକିଙ୍ଗରେ ଯଶପ୍ରୀତ ବୁମରାହା ୮୪୧ ଅଙ୍କ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ସେହିଭଳି କୁଲଦୀପ ଯାଦବ ତୃତୀୟ ସ୍ଥାନରେ ଏବଂ ଯୁଜବେନ୍ଦ୍ର ଚାହାଲ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ରାସିଦ ଖାନ ୩୫୩ ଅଙ୍କରେ ଥାଇ ଏପର୍ଯ୍ୟନ୍ତ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ଅଛନ୍ତି। ଟିମ ରେଂକିଙ୍ଗରେ ଭାରତ ୧୨୧ନଂ ସ୍ଥାନରେ ରହି ଇଂଲଣ୍ଡ ପରେ ଦ୍ଵିତୀୟ ସ୍ଥାନରେ ରହିଛି।