ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ ଦ୍ୱାରା ଜବତ ହେଲା ୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର: ଜଣେ ଗିରଫ

0
115

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳରେ ବ୍ୟାପକ ବ୍ରାଉନ୍‌ସୁଗାର କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ଠୋସ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କଟକ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ ର ଏକ ସଶସ୍ତ୍ର ଟିମ୍‌ ଜଳଶ୍ୱେରରେ ପହଞ୍ଚିଥିଲେ।ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସେକବାଡ଼ା ନିକଟସ୍ଥ ଜଳେଶ୍ୱରପୁର ଗାଁ ନିକଟରେ ଚଢ଼ାଉ କରି ୨ଶହ ଗ୍ରାମ ଓଜନର ବ୍ରାଉନ୍‌ ସୁଗାର ଜବତ କରିଛି। ସେକ୍‌ବାଡ଼ାର ସେକ୍‌ କାଲୁ ନାମକ ଜଣେ ୨୮ ବର୍ଷୀୟ ଯୁବକ ନିଜ ସହିତ ପ୍ରାୟ ୨ଶହ ଗ୍ରାମ ବ୍ରାଉନ୍‌ସୁଗାର ଧରି କାରବାର ପାଇଁ ଯାଉଥିବା ବେଳେ ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ଧରି ଅବକାରୀ ସ୍କ୍ଵାଡ଼୍‍ ବାଲେଶ୍ୱରରେ ପହଞ୍ଚିଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ମାଫିଆମାନେ ଏହାକୁ ପଶ୍ଚିମବଙ୍ଗରୁ ସଂଗ୍ରହ କରି ଓଡ଼ିଶାର ବାଲେଶ୍ୱର ଜିଲ୍ଲାକୁ ଆଣିଥାନ୍ତି ଏବଂ ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ବ୍ରାଉନ୍‌ସୁଗାର ପଠାଯାଏ।