ଉମରକୋଟ ଜଙ୍ଗଲରୁ ଏକ ଅଜଣା ଗଳିତ ଶବ ଉଦ୍ଧାର

0
115
in umarkot jungle a dead body rescue

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେହେଡା ସଂରକ୍ଷିତ ଜଙ୍ଗଲରୁ ଆଜି ଏକ ଅଜଣା ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ଏହି ଅଜଣା ଗଳିତ ଶବକୁ ଉମରକୋଟ ପୋଲିସ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ,ବେହେଡା ସଂରକ୍ଷିତ ଜଙ୍ଗଲରେ ଥିବା ମାଲାପାରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ଶବ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ଉମର‌େକାଟ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥ‌ିଲେ। ମୃତକଙ୍କ ପରିଚୟ ମିଳିନଥିବାରୁ ଗତ ୪ ଓ ୫ ଦିନ ପୂର୍ବରୁ ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ଶବଟି ପଚି ଦୁର୍ଗନ୍ଧ ହେବା ସହ କଳା ପଡିଯାଇଛି। ଶବକୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ସମ୍ଭବ ନଥିବାରୁ ଉମରକୋଟର ଡା. ସୁମନ୍ତ ରାଉଳ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ। ଶବଟି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବାରୁ ଏହା ଏକ ଆତ୍ମହତ୍ୟା ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି ଓ ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।