କିଭଳି ଅବସ୍ଥାରେ ପିଇବେ ପାଣି

0
132
in which posture you drink water

ଜଳ ହିଁ ଜୀବନ। ତେଣୁ ଜଳ ମଣିଷ ଶରୀର ନିମନ୍ତେ ଏକାନ୍ତ ଆବଶ୍ୟକ। ଶରୀରରେ ଜଳର ଅଭାବ ରହିଲେ ସ୍ୱାସ୍ଥାବସ୍ଥାରେ ସୃଷ୍ଟି ହୋଇଥାଏ ନାନା ପ୍ରକାର ସମସ୍ୟା। ତେବେ କିଭଳି ଅବସ୍ଥାରେ ପାଣି ପିଇବା ଆବଶ୍ୟକ ସେନେଇ ଆୟୁର୍ବେଦରେ ବିଭିନ୍ନ ପରାମର୍ଶ ଦିଆଯାଇଛି। ଉଲ୍ଲେଖ ରହିଛି ଯେ, ଠିଆହୋଇ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏଥିସହିତ କିଡ୍‌ନୀ ସମସ୍ୟା ମଧ୍ୟ ଦେଖାଦେବାର ଆଶଙ୍କା ରହିଥାଏ। ଠିଆହୋଇ ପାଣି ପିଇବା ଦ୍ୱାରା କିଡ୍‌ନୀ ଏହାକୁ ଭଲ ଭାବରେ ଛାଣି ପାରି ନ ଥାଏ। ପାଣିରେ ଥିବା ଅଶୋଧିତ ପଦାର୍ଥ ସିଧାସଳଖ ରକ୍ତରେ ମିଶେ। ଏପରି କଲେ ଆଣ୍ଠୁଗଣ୍ଠି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହାଦ୍ୱାରା ଶରୀରରେ ଥିବା ତରଳ ପଦାର୍ଥର ସନ୍ତୁଳନ ବିଗିଡ଼ିଯାଏ। ତେଣୁ ଏପରି କରିବାକୁ ଆୟୁର୍ବେଦରେ ବାରଣ କରାଯାଇଛି।