ରିଟର୍ନ ଦାଖଲ କରିନଥିବା ୮୦ ହଜାର ଲୋକଙ୍କ ପଛରେ ସିବିଡିଟି

0
171

ନୂଆଦିଲ୍ଲୀ: ନୋଟବନ୍ଦୀ ପରେ ୮୦ ହଜାର ଏହିଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଇନକମ ଟ୍ୟାକ୍ସ ଫାଇଲ ରିଟର୍ନ କରାଯାଇନାହିଁ ବୋଲି ଆୟକର ବିଭାଗ ଯାଞ୍ଚ କରିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ ସୁଶୀଲ ଚନ୍ଦ୍ରା ବୁଧବାର ଏହି ସୂଚନା ଦେଇଛନ୍ତି। ସେ ପ୍ରଗତି ମୈଦାନର ବ୍ୟାପାର ମେଳାରେ ଆୟକର ବିଭାଗର ଷ୍ଟଲକୁ ଉଦ୍ଘାଟନ କରିଥିଲେ। ଚନ୍ଦ୍ରାଙ୍କ କହିବା ଅନୁଯାୟୀ ୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ପ୍ରତ୍ୟକ୍ଷକର ଦ୍ୱାରା ରାଜସ୍ୱ ମଧ୍ୟ ବଢିଛି। ସେ ଏକଥା ମଧ୍ୟ କହିଛନ୍ତି ଯେ ପୂର୍ବବର୍ଷ ପ୍ରତ୍ୟକ୍ଷ କର ୫୨ ପ୍ରତିଶତ ଥିବା ବେଳେ ଅପ୍ରତ୍ୟକ୍ଷ କର ୪୮ ପ୍ରତିଶତ ଥିଲା। ତାଙ୍କ କହିବା ଅନୁଯାୟୀ ବହୁତ ବର୍ଷ ପରେ ଏହା ଦେଖିବାକୁ ମିଳିଛି ଯେବେ ପ୍ରତ୍ୟକ୍ଷ କର ଅପ୍ରତ୍ୟକ୍ଷ କର ତୁଳନାରେ ଅଧିକ ରହିଛି। ନୋଟାବନ୍ଦୀରେ କେଉଁ ଉପକାର ହେଲା, ପଚାରିବା ଦ୍ୱାରା ସେ ଉତ୍ତର ରଖିବାକୁ ଯାଇ କହିଥିଲେ ଯେ ‘ଏହା ଦ୍ୱାରା ଲୋକ ମାନଙ୍କ ପାଖରେ ଥିବା ଟଙ୍କା ଆକାଉଣ୍ଟ କୁ ଆସିଗଲା ଯାହା ଫଳରେ କେଉଁ ଲୋକ କେତେ ଟିକସ ପ୍ରଦାନ କରିବ ତାହା ଜଣା ପଡିଗଲା’। ଏହାପରେ ଆୟକର ବିଭାଗ ଲୋକଙ୍କୁ ଇମେଲ ଏବଂ ଏସଏମଏସ କରାଯାଇଥିଲା ଯାହାପରେ ବହୁଲୋକ ରିଟର୍ନ ଦାଖଲ ମଧ୍ୟ କରିଥିଲେ। ଏବଂ ରିଟର୍ନ ଦାଖଲ ନକରିଥିବା ୩ଲକ୍ଷ ଲୋକଙ୍କୁ ସାମ୍ବିଧାନିକ ନୋଟିସ ପଠାଯାଇଥିଲା। ଯାହାପରେ ଅଢେଇ ଲକ୍ଷ ଲୋକ ରିଟର୍ନ ଦାଖଲ କରିଥିଲେ। କିନ୍ତୁ ୮୦ ଲକ୍ଷ ଲୋକ ଏଯାବତ ରିଟର୍ନ ଦାଖଲ କରି ନାହାନ୍ତି ତେଣୁ ସିବିଡିଟି ତାଙ୍କ ପଛରେ ଲାଗିଛନ୍ତି।