ଭାରତରେ ବୁଲେଟ ଟ୍ରେନ: ୭୫ ତମ ସ୍ୱାଧୀନତା ଉପଲକ୍ଷେ ଦେଶବାସୀଙ୍କୁ ଭେଟି ଦେବେ ମୋଦି

0
105
India keen to locally manufacture & export bullet train coaches

ମୋଦି ସରକାର ଆସିବା ପରେ ଅନେକ ଯୋଜନା କରିଛନ୍ତି ତାହା ନୁହେଁ, କିପରି ଭାବରେ ତାହା ଦ୍ୱାରା ଲୋକ ଉପକୃତ ସେଥିପାଇଁ ଯୋଜନାକୁ ସୁଚାରୁରୂପେ ତୁଲେଇବା ପାଇଁ ତଦାରଖ କରୁଛନ୍ତି। ଜାପାନ ସହାୟତାରେ ମୋଦି ଭାରତରେ ବୁଲେଟ ଟ୍ରେନ ପାଇଁ ଯୋଜନା କରୁଛନ୍ତି। ଟ୍ରେନଟି ମୁମ୍ବାଇ-ଅହମ୍ମଦାବାଦ ପର୍ଯ୍ୟନ୍ତ ଚଳାଚଳ ପାଇଁ ମୋଦି ସରକାର ମାର୍ଗ ନିର୍ଣ୍ଣୟ କରିବାସହ ଏହାକୁ ୨୦୨୨ ସୁଦ୍ଧା ସମ୍ପୂର୍ଣ ହେବାକୁ ଯୋଜନା ମଧ୍ୟ ରଖାଯାଇଛି। ଏହାର ଡେଡଲାଇନ ୨୦୨୩ ମସିହା ଥିଲେ ମଧ୍ୟ ସମୟ ପୂର୍ବରୁ ତାହାକୁ ଶେଷ କରିବା ପାଇଁ ଯୋଜନା ରହିଛି। ଦେଶର ୭୫ ତମ ସ୍ୱାଧୀନତା ଉପଲକ୍ଷେ ତାହା ଦେଶବାସୀଙ୍କୁ ଉପହାର ଦିଆଯିବ। ଦେଶରେ ଚାଲିବାକୁ ଥିବା ବୁଲେଟ ଟ୍ରେନର ଡବା ଭାରତରେ ନିର୍ମାଣ ହେବ କାରଣ ଏହା ଦ୍ୱାରା ଖର୍ଚ୍ଚ କମ ହେବା ସହ ରାଜସ୍ୱ ମଧ୍ୟ ସୀମିତ ରହିବ। ଏହାକୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରାଜେଶ ଅଗ୍ରଓ୍ଵାଲ କହିଛନ୍ତି ରେଳବାଇ ପାଖରେ ଏବେ ପାଖାପାଖି ୧,୫୦,୦୦୦ କୁଶଳ ଶ୍ରମିକ, ୫୦ ରେଳବାଇ ଓ୍ଵାର୍କଶପ ଓ ୬ଟି ଉତ୍ପାଦନ କାରଖାନା ଥିବାରୁ ବୁଲେଟ ଟ୍ରେନର ଡବା ନିର୍ମାଣ କରିବା ପାଇଁ ଭାରତ ଯୋଜନା କରିଛି।