ଟିମ ଇଣ୍ଡିଆ ବୃହତ୍ତମ ବିଜୟ ..203 ରନ୍ ରେ …

0
153

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍‌ ହାରିଥିବା ଭାରତ ତୃତୀୟ ମ୍ୟାଚ୍‌ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଦଳ ବିଜୟ ଦ୍ୱାରରେ ଛିଡ଼ା ହୋଇଛି। କାରଣ ୫୨୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଚତୁର୍ଥ ଦିନରେ ୯ ୱିକେଟ୍ ହରାଇ ୩୧୧ ରନ୍ କରି…ଥିଲା। ଘରୋଇ ଦଳକୁ ଏହି ମ୍ୟାଚ୍ ଜିତିବାକୁ ଆଉ ୨୧୦ ରନ୍ କରିବାକୁ ଥିବା ବେଳେ ମାତ୍ର ଗୋଟିଏ ୱିକେଟ୍ ନେଲେ ଭାରତ ବିଜୟୀ ହେଇଥିଲା। ତେଣୁ ଭାରତର ପଲ୍ଲା ଭାରି ଥିଲା।ପ୍ରଥମ ଇନିଂସ୍‌ରେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଦୁ ଚାଲିଥିବା ବେଳେ ଗତକାଲି ଚକ୍‌ମା ଦେଇଥିଲେ ଯଶପ୍ରୀତ୍‌ ବୁମ୍‌ରା।

ଗୋଟିଏ ସମୟରେ ଲାଗୁଥିଲା ଇଂଲଣ୍ଡ ଏହି ମ୍ୟାଚ୍‌ ବି ଛଡ଼ାଇ ନେବ। କାରଣ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍‌ଲର୍‌ ଭଲ ବ୍ୟାଟିଂ କରୁଥିଲେ। ତେବେ ଷ୍ଟୋକ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରିଥିବା ବେଳେ ବଟ୍‌ଲର୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ବୁମ୍‌ରା।ଷ୍ଟୋକ୍ସ ୬୨ ରନ୍ କରି ଆଉଟ୍ ହୋଇଥିବା ବେଳେ ବଟ୍‌ଲର୍‌ ୧୦୬ ରନ୍ କରିଥିଲେ। ଆଜି ପଞ୍ଚମ ଦିନରେ ଆଦିଲ ରଶିଦ୍‌ ଓ ଜେମ୍‌ସ ଆଣ୍ଡରସନ୍ ଦଳକୁ ବିଜୟୀ କରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲେ|  ଯାହା ଫଳରେ ଇଣ୍ଡିଆ ଟିମ୍ 203 ରନ୍ ଏଲଜେ ବିଜୟ ହାସଲ  କରିପାରିଛି |