ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତର ବିଜୟ

0
121
India Vs Pakistan, ICC Women's World T20 in Guyana, Highlights: India win by 7 wicket's

ଗାଏନା: ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ରବିବାର ଦ୍ବିତୀୟ ବିଜୟ ହାସଲ କରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ୱିକେଟ୍‌ରେ ଧୂଳିଚଟେଇଛି। ଏହି ମ୍ୟାଚ୍‌ରେ ଟସ୍ ଜିତି ଭାରତ ‌ଫିଲ୍ଡିଂ କରିଥିଲା। ତେବେ ଚାରିଟି କ୍ୟାଚ୍ ହାତଛଡ଼ା କରିବାରୁ ପାକିସ୍ତାନ ୧୩୩ ରନ୍‌ର ସ୍କୋର କରିଥିଲା। ଅରୁନ୍ଧତି ରେଡ୍ଡୀ ପ୍ରଥମ ଓଭରରେ ‌ଆୟେସା ଜାଫରଙ୍କୁ ଖାତା ଖୋଲିବାକୁ ଦେଇନଥିବା ବେଳେ ଉସମାଇମା ସୋହେଲ ଏବଂ ଅଧିନାୟିକା ଜାଭେରିଆ ଖାନ୍‌ (୧୭) ରନ୍ ଆଉଟ୍ ହୋଇଯିବାରୁ ପାକିସ୍ତାନ ୩୦/୩ରେ ସଂଘର୍ଷ କରୁଥିବା ସମୟରେ ବିସମା ମାରୁଫ -୫୩, ୪୯ ବଲ, ୪ ଚୌକା ଦେଇ ଅର୍ଧଶତକ ଏବଂ ନିଦା ଦାର -୫୨, ୩୫ ବଲ, ୫ ଚୌକା, ୨ ଛକା କରି ଚତୁର୍ଥ ୱିକେଟ୍‌ ପାଇଁ ୯୩ ରନ୍ ନେଇଥିଲେ। ଶେଷ ୨ ଓଭରରେ ପାକିସ୍ତାନ ୪ ୱିକେଟ୍‌ ହରାଇବାରୁ ୧୩୩/୭ରେ ରହିଯାଇଥିଲା। ଭାରତରୁ ଦୟାଲନ ହେମଲତା, ପୁନମ ଯାଦବ ୨ଟି ଏବଂ ଅରୁନ୍ଧତି ରେଡ୍ଡୀ ଗୋଟିଏ ୱିକେଟ୍‌ ନେଇଥିଲେ। ଭାରତ ପାଇଁ ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ସୁଯୋଗ ପାଇନଥିବା ପୂର୍ବତନ ଅଧିନାୟିକା ମିତାଲି ରାଜ-୫୬ ରନ୍‌, ୪୭ ବଲ, ୭ ଚୌକା ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ। ସ୍ମୃତି ମନ୍ଧାନା ୨୬ ରନ୍‌, ଜେମିମା ରଡ୍ରିଗ୍ବେଜ ୧୬ ରନ୍ କରିଥିଲେ। ଅଧିନାୟିକା ହରମନପ୍ରୀତ୍ କଉର-୧୪*, ୧୩ ବଲ୍‌, ୨ ଚୌକା ଏବଂ ବେଦା କୃଷ୍ଣମୂର୍ତି-୮*, ୫ ବଲ୍‌, ୧ ଚୌକା ଗୋଟିଏ ଓଭର ପୂର୍ବରୁ ବିଜୟ ହାସଲ କରିଥିଲେ।