୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର

0
98

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିମାନ ବନ୍ଦରର ରନଓ୍ବେ ୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ରନୱେ ୩ଟି ଟର୍ମିନାଲ ସହ ସଂଯୋଗ ରକ୍ଷା କରୁଥିଲେ। ରନୱେ (୨୭/୯) ମରାମତି ପାଇଁ ବନ୍ଦ ରହୁଥିବା ବେଳେ ଏପଟେ ଯାତ୍ରୀଙ୍କ ଭଡାରେ ପାଖାପାଖି ୮୬ ପ୍ରତିଶତ ବୃଦ୍ଧି କରାଯାଇଛି। ସୂଚନା ଯୋଗ୍ୟ, ଦିଲ୍ଲୀ ଯାଉଥିବା ଓ ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଭଡା ଉପରେ ଏହା ପ୍ରଭାବ ପାଖାପାଖି ୨ ସପ୍ତାହ ପକାଉଥିବା ବେଳେ ଏମିତି ପରିସ୍ଥିତି ଜାରି ରହିବ ବୋଲି ଜଣାପଡିଛି।