ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରିପାରନ୍ତି ଜଗା ଓ କାଳିଆ

0
95

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଆ। ଗାଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି ଜଗା କାଳିଆଙ୍କ ପିତା ଓ ମାତା। ଅପରେସନ୍‌ ପରେ ଯୋଡ଼ାମୁଣ୍ଡ ଦୁଇ ଶିଶୁ ଅଲଗା ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଘରକୁ ଫେରିବା ପାଇଁ ଏବେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜଗା କାଳିଆଙ୍କ ବାପା ଭୂୟାଁ କହଁର । ଓଡ଼ିଶାର ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ସେ ଅନୁରୋଧ କରିଛନ୍ତି।