ନଭେମ୍ବର ତୁଷାରପାତକୁ ନେଇ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା

0
89
Jammu And Kashmir Declares November Snowfall As Special Natural Calamity

ଶ୍ରୀନଗର: ଗତ ସପ୍ତାହରେ ହୋଇଥିବା ଅତ୍ୟଧିକ ତୁଷାରପାତକୁ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ବା ସ୍ପେଶାଲ ନ୍ୟାଚୁରାଲ କାଲାମିଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେଟ ଏକଜ୍ୟୁକିଟିଭି କମିଟି(ଏସ୍‌ଇସି)ର ଷ୍ଟେଟ ଡିଜାଷ୍ଟର ରେସ୍ପନ୍ସ ଫଣ୍ଡ(ଏସ୍‌ଡିଆର୍‌ଏଫ୍‌)ମୁଖ୍ୟ ସଚିବ ବି ଭି ଆର୍‌ ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ନଭେମ୍ବର ୩ ଓ ୪ରେ ହୋଇଥିବା ତୁଷାରପାତରେ ହେକ୍ଟର ହେକ୍ଟର ଜମିରେ କୋଟି କୋଟି ଟଙ୍କାର ସେଓ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।