ଟିସିଏସ୍ ବିରୋଧରେ ଚାକିରୀ ଭେଦଭାବକୁ ନେଇ ଅଭିଯୋଗ

0
132
job-discrimination-lawsuit-against-tcs

ଦିଲ୍ଲୀ: ଆମେରିକାରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) କମ୍ପାନିରୁ ଚାକିରି ହରାଇଥିବା କର୍ମଚାରୀମାନେ ଏକ ଅଭିଯୋଗ ଆଣିଛନ୍ତି। ଉକ୍ତ ଅଭିଯୋଗ ଅନୁଯାୟୀ, ଆମେରିକାରେ ଟିସିଏସ୍‌ରେ ଚାକିରି କରିଥିବା ବ୍ୟକ୍ତି ଯଦି ଦକ୍ଷିଣ ଏସିଆର ହୋଇ ନଥାନ୍ତି ତେବେ ଅନ୍ୟମାନଙ୍କ ତୁଳନାରେ ସେହି କର୍ମଚାରୀଙ୍କୁ କମ୍ପାନି ବିଦା କରିବାର ସମ୍ଭାବନା ପ୍ରାୟ ୧୩ ଗୁଣ ଅଧିକ ରହିଛି। ଆସନ୍ତା ସୋମବାର କାଲିଫର୍ଣ୍ଣିଆ ଅଦାଲତରେ ଉକ୍ତ ମାମଲାର ବିଚାର ହେବ। ତେବେ ଟିସିଏସ ପକ୍ଷରୁ ଆମେରିକାରେ ଏଭଳି କୌଣସି ‌ବର୍ଣ୍ଣ ବୈଷମ୍ୟ ହୋଇନଥିବା ସୂଚନା ମିଳିଥିବା ବେଳେ ଶ୍ୱେତାଙ୍ଗ ଆମେରିକୀୟ ଉକ୍ତ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ କମ୍ପାନି ଏହାର ଏକ ପ୍ରକଳ୍ପରୁ ବାହାର କରିବା ସହିତ କମ୍ପାନିରୁ ବିଦା କରିଛି।