ଏଭଳି ମନ୍ଦିର ଯେଉଁଠି ନାହିଁ ଚୋରିର ଭୟ

0
180
kamrunag-high-altitude-lake-and-famous-local-deity-temple

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ଭୟ ନଥାଏ ଚୋରିର। ଏହି ମନ୍ଦିର ବାହାରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପଡିରହିଥିଲେ ମଧ୍ୟ ଏହାକୁ କେହି ନେଇ ନ ଥାନ୍ତି କିମ୍ବା ଚୋରି କରନ୍ତି ନାହିଁ। ଏହି ମନ୍ଦିରଟି ହେଉଛି କମରୁନାଗ ଦେବତାଙ୍କ ମନ୍ଦିର। ଏଠାରେ ଅଣ୍ଡାକାର ଆକୃତିରେ ଏକ ପ୍ରପାତ ରହିଛି, ଯାହା କମରୁନାଗ ପ୍ରପାତ ନାମରେ ନାମିତ। ଏହି ପ୍ରପାତରେ ଶ୍ରଦ୍ଧାଳୁ ଶହ ଶହ ଟଙ୍କା ପକାଇବା ସହିତ ସୁନା ରୂପା ଗହଣା ମଧ୍ୟ ଏଠାରେ ଦାନ କରିଥାନ୍ତି । ତେବେ ଏହାକୁ କେହି ନେବାକୁ ସାହସ କରନ୍ତି ନାହିଁ। ଏପରି କଲେ କମରୁନାଗ ଦେବତା ରୋଷ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।