ଆଇପିଏଲ୍‌ରେ ଫାଷ୍ଟ୍ ବୋଲରମାନଙ୍କୁ ବିଶ୍ରାମ: ସିଓଏ ଆଗରେ ପ୍ରସ୍ତାବ ରଖିଲେ ଅଧିନାୟକ କୋହଲି

0
123
Kohli wants India fast bowlers to choose 2019 worldcup over IPL

ନୂଆଦିଲ୍ଲୀ: ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟର ୧୨ତମ ସଂସ୍କରଣ ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍‌। ଏହାପରେ ଆଇପିଏଲ୍‌ର ୧୨ତମ ସଂସ୍କରଣ ଶେଷ ହେବାର ୧୦ ଦିନ ପରେ ବିଶ୍ୱକପ୍ ଆରମ୍ଭ ହେବ। ତେଣୁ ଅଧିନାୟକ ବିରାଟ କୋହଲି ଫାଷ୍ଟ୍ ବୋଲରମାନଙ୍କୁ ଏଥର ଆଇପିଏଲ୍‌ରେ ଭାଗ ନ ନେବା ପାଇଁ କହିଛନ୍ତି। କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ଫାଷ୍ଟ୍ ବୋଲରମାନେ ବିଶ୍ରାମ କରନ୍ତୁ ବୋଲି ସେ ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ପ୍ରଶାସନିକ ସମିତି ସହ ଏକ ବୈଠକରେ ବିରାଟ ପ୍ରସ୍ତାବ ଦେଇଛନ୍ତି ଯେ ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ବିଶ୍ୱକପ୍‌ ଖେଳିବାକୁ ଥିବା ଅନ୍ୟ ଫାଷ୍ଟ୍ ବୋଲରଙ୍କୁ ଆଇପିଏଲ୍‌ରେ ବିଶ୍ରାମ ଦିଆଯାଉ। ହେଲେ ତାଙ୍କ ଅନୁରୋଧ ଉପରେ ସ୍ଥିର ନିଷ୍ପତ୍ତି ହୋଇନାହିଁ।ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଛି ଯେ ଯେଉଁମାନେ ଆଇପିଏଲ୍ ଖେଳିବେ ନାହିଁ, ସେମାନଙ୍କୁ କ୍ଷତିପୂରଣ ଦିଆଯାଉ। ସିଓଏ ବୈଠକରେ ବିରାଟଙ୍କ ସହିତ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, କୋଚ୍ ରବି ଶାସ୍ତ୍ରୀ ଓ ଚୟନକର୍ତ୍ତା ସମିତି ମୁଖ୍ୟ ଏମ୍‌.ଏସ୍‌.କେ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।