କୋଲକାତାରେ ବିମାନକୁ ଧକ୍କା ଦେଲା ପାଣି ବୋଝେଇ ଟ୍ରକ

0
116
kolkata quatar airway accident

କୋଲକାତା : କୋଲକାତାର ବିମାନ ବନ୍ଦରରେ ଗୁରୁବାର ସକାଳେ ପ୍ରାୟ ୩.୧୫ ବେଳେ ୧୦୩ ଯାତ୍ରୀଙ୍କୁ ନେଇ ଯାଉଥିବା ଅଭିମୁଖେ କତାର ଏୟାରୱେଜ୍ର ଏକ ବିମାନକୁ ପାଣି ବୋଝେଇ ଟ୍ରକ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ସୈାଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ପରେ ବିମାନରେ ଥିବା ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବିମାନରେ ପଠାଯାଇଛି ଓ ବିମାନକୁ ତୁରନ୍ତ ମରାମତି ପାଇଁ ନିଆଯାଇଛି । ସୂଚନା ଯୋଗ୍ୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।