ପ୍ରେମରେ ଅନ୍ଧ ହୋଇ ପ୍ରେମିକ ର ଘର ଆଗରେ ପେମିକାର ଆତ୍ମାହୁତି

0
152

ରାଉରକେଲା: ରାଉରକେଲା ବନ୍ଧାମୁଣ୍ଡା ଥାନା ସେକ୍ଟର ‘ବି ‘ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା | ପ୍ରେମିକର ପ୍ରେମରେ ଅନ୍ଧ ହୋଇଯାଇଥିବା ପ୍ରେମିକା, ପ୍ରେମିକ ର ଧୋକା ର ଶିକାର ହୋଇଥିଲା | ଫଳରେ ବାଜି ଲଗାଇ ଥିଲା ନିଜର ଜୀବନକୁ | କରିବସିଥିଲା ଏକ ଭୁଲ | ଛାରଖାର କରିଦେଇଥିଲା ସାଉଁଟିଥିବା ନିଜର ସ୍ୱପ୍ନକୁ | ଆତ୍ମାହୁତି ଦେଇଥିଲା ପ୍ରେମିକର ଘରସାମନାରେ | ଚିତ୍କାର ଶୁଣି ଧାଇଁ ଆସିଥିଲେ ପାଖ ପଡୋଶୀ, ଉଦ୍ଧାର କରିଥିଲେ ପୋଡ଼ିଯାଇଥିବା ଯୁବତୀଙ୍କର ଅଧାପୋଡା ଶରୀରକୁ | ହେଲେ ଡାକ୍ତରଖାନାକୁ ନେବାପରେ ଡାକ୍ତର ଉକ୍ତ ଯୁବତୀଙ୍କୁ ମୃତ ଘୋଷଣାକାରୀଥିଲେ | ହେଲେ ବାପା ମା ଙ୍କ ମନ ବୁଝିନଥିଲା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଝିଅ କୁ କିରୋସିନ ଢାଳି ପୋଡି ମାରିଦିଆଯାଇଛି | ସମସ୍ତଙ୍କ ମନରେ ଏହି ଘଟଣା ସୃଷ୍ଟିକରିଛି ପ୍ରଶ୍ନବାଚୀ | ପ୍ରଶ୍ନ ଜାଲରେ ବାନ୍ଧିହୋଇଯାଛନ୍ତି ସମସ୍ତେ | ନ୍ୟାୟ ଅପେଖ୍ୟାରେ ପ୍ରେମିକା ର ଆତ୍ମା ଖୋଜିବୁଲୁଛି ପେରାର ପ୍ରେମିକକୁ