କଂଗ୍ରେସରେ ଯୋଗଦେଲେ ମଧୁ କୋଡା

0
140
madhu koda joined at congress

ରାଞ୍ଚି: ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୋଇଲା ଖାଦାନ ଆବଣ୍ଟନ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ମଧୁ କୋଡା। ପୂର୍ବରୁ ତାଙ୍କ ପତ୍ନୀ ଗୀତା କୋଡା କଂଗ୍ରେସରେ ଯୋଗ ଦେଇଥିଲେ। ଭାରତୀୟ ରାଜନୀତିରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ସ୍ୱାଧୀନ ବିଧାୟକ ଥାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୬ରେ କୋଡା ଆରଜେଡି, ଜେଏମଏମ, ଓ କଂଗ୍ରେସ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ କଂଗ୍ରେସକୁ ଆପଣେଇଛନ୍ତି।