ଗଞ୍ଜାମ: ବିଧାୟକଙ୍କୁ ହତ୍ୟା ଧମକ ଦେଇ ବ୍ୟାନର ମାରିଲେ ମାଓବାଦୀ

0
129
mao posted banner

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ୧୮ କିଲୋମିଟର ଦୂର ଦଦରାଲୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ବିଧାୟକଙ୍କ ନାମ ନ ନେଇ ଦୁଇ ବିଧାୟକଙ୍କୁ ହତ୍ୟା ଧମକ ଦେଇ ବ୍ୟାନର ମାରିଛନ୍ତି ମାଓବାଦୀ। ତେବେ ବାସ୍ତବରେ ଏହା ନକ୍ସଲଙ୍କ ଧମକ କିମ୍ବା ଅନ୍ୟ କୌଣସି ଗୋଷ୍ଠୀ ମାଓବାଦୀଙ୍କ ନପାମରେ ଏପରି ଧମକ ଦେସଇଛି ତାହା ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।ବିଶେଷ କରି ଏହି ବୃାନରରେ ମାଓବାଦୀ ଲେଖାଯାଇଥିଲେ ମଧ୍ୟ କୌଣସି ସଙ୍ଗଠନର ନାମ ଲେଖାଯାଇ ନ ଥିବାରୁ ଏହି ବ୍ୟାନରକୁ ପୁଲିସ ସଦେନ୍ଦହ କରୁଛି। ସେପଟେ ଦଦରାଲୁଣ୍ଡା ବସ ଷ୍ଟାଣ୍ଡ ନିକଟରେ ମରାଯାଇଥିବା ଏହି ବ୍ୟାନରରେ ପୁଲିସ୍‌ ଇନ୍‌ଫର୍ମରଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଲେଖାଯାଇଛି ।ଏତଦ୍‌ବ୍ୟତୀତ ଗଞ୍ଜାମ ଜିଲ୍ଲା ୨ ଜଣ ଏମ୍‌ଏଲ୍‌ଏଙ୍କୁ ମୃତ୍ୟୁଦଣ୍ଡ ସହିତ କନ୍ଧମାଳ ଜିଲ୍ଲାର ଜଣଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଲେଖାରେ କୌଣସି ନିର୍ଦ୍ଦିଷ୍ଟ ବିଧାୟକଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ତେଣୁ କେହି ମିଛରେ ଏପରି ଧମକ ଦେଇଥିବା ନେଇ ପୁଲିସ ସନ୍ଦେହ କରାଯାଉଛିି।