ପ୍ରମିଳାଙ୍କ ସ୍ଥାନ ନେଲେ ମୀନତି

0
125
Minati in the place of Pramila

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସାଙ୍ଗଠନିକ ସ୍ତରରେ ରବିବାର ବ୍ୟାପକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଟିଏ ଦିନରେ ରାଜ୍ୟର ଦୁଇ କମିଶନ ଅଧକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ମହିଳା କମିଶନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ମୀନତି ବେହେରା ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦୁହେଁ ନିଜ କାର୍ଯ୍ୟକାଳ ଅବଧି ୩ ବର୍ଷ ପୂରିବା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି। ସୂଚାନଯୋଗ୍ୟ, ପୂର୍ବରୁ ମହିଳା ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଯାଇ ଅପରାହ୍ନରେ ତାଙ୍କ ବଦଳରେ ମିନତି ବେହେରାଙ୍କୁ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏପଟେ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସ୍ଥାନରେ ଅନ୍ୟ କାହାକୁ ରଖାଯିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଦୀର୍ଘଦିନ ଧରି ମାନବାଧିକାର କମିଶନଙ୍କ ପଦ ଖାଲି ଥିବାବେଳେ ଏବେ ମହିଳା କମିଶନରଙ୍କ ପଦ ଖାଲି ହେବା ପରେ ଲୋକମାନେ କିଭଳି ନ୍ୟାୟ ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।