ଏଠାରେ ପୂଜା ହୁଏ କ୍ଷେପଣାସ୍ତ୍ର

0
131
missiles are worshiped here

ଓଡ଼ିଶାର ଚାନ୍ଦିପୁରରେ ଥିବା ହ୍ୱିଲର ଦ୍ୱୀପରେ ଦେଖିବାକୁ ମିଳେ ଏକ ନିଆରା ଦୃଶ୍ୟ। ଏଠାରେ ଅବସ୍ଥିତ ମନ୍ଦିରରେ ପୂଜା ହୁଏ କ୍ଷେପଣାସ୍ତ୍ର। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ଯେ କୌଣସି କ୍ଷେପଣାସ୍ତ୍ର ପରୀକ୍ଷା ହେବାକୁ ଥାଏ ପ୍ରଥମେ ଏହାକୁ ଏଠାରେ ଥିବା ଶିବଙ୍କ ମନ୍ଦିରରେ ପୂଜା କରାଯାଇଥାଏ କାରଣ ଏହା ଜନବସତିଠାରୁ ବହୂ ଦୂରରେ ହୋଇଥାଏ। ଏକ ନିଷିଦ୍ଧାଞ୍ଚଳ ହୋଇଥିବାରୁ ଏଠାରେ ଥିବା ଶିବ ମନ୍ଦିରକୁ କେହି ପୂଜା କରିବାକୁ ଆସନ୍ତି ନାହିଁ, ତେଣୁ କେବଳ ହ୍ୱିଲର ଦ୍ୱୀପରୁ ପରୀକ୍ଷା ହେବାକୁ ଥିବା କ୍ଷେପଣାସ୍ତ୍ର ଗୁଡିକୁ ଏଠାରେ ପୂଜା କରାଯାଇଥାଏ। ଏମିତିକି ଭାରତର ବୈଜ୍ଞାନିକ ସ୍ବର୍ଗତଃ ଡ.ଏପିଜେ ଅବଦୁଲ କଲାମ ହୁଅନ୍ତୁ ଅବା ଯେ କୌଣସି ବୈଜ୍ଞାନିକ ସମସ୍ତେ ଏଠାରେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପୂଜାର୍ଚ୍ଚନା କରିଥାଆନ୍ତି।