ଅକ୍ଷୟଙ୍କର ‘ମିଶନ ମଙ୍ଗଲ’: ବୁକ ହେଲା ଆଗାମୀ ବର୍ଷ ଅଗଷ୍ଟ ୧୫ ତାରିଖ

0
120

ମୁମ୍ବାଇ: ଗତ କିଛି ସମୟ ହେବ ଅକ୍ଷୟ କୁମାରଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଦେଶଭକ୍ତିକୁ ନେଇ ଜାଗରଣ ସୃଷ୍ଟି କରିବା ଦେଖିବାକୁ ମିଳିଛି। ‘ଟଏଲେଟ ଏକ ପ୍ରେମ କଥା’, ‘ରୁସ୍ତମ’, ‘ଗୋଲଡ’ ଭଳି ସିନେମା ଦ୍ୱାରା ଦେଶଭକ୍ତିର ଭାବନା ଦର୍ଶାଉଛନ୍ତି। ଏହି ସିନେମା ରିଳିଜରେ ୟୁନିକ କଥା ହେଉଛି ଏହା ସ୍ୱତନ୍ତ୍ରତା ଦିବସ ପାଖାପାଖି ସମୟରେ ରିଲିଜ କରାଯାଉଛି। ସେହି କ୍ରମକୁ ଲକ୍ଷ କଲେ ଜଣାପଡୁଛି ଯେ ଅକ୍ଷୟଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଶନ ମଙ୍ଗଲ’ ମଧ୍ୟ ୨୦୧୯ ସ୍ୱତନ୍ତ୍ରତା ଦିବସକୁ ହିଁ ରିଲିଜ ହେବ। ଅକ୍ଷୟ କୁମାର ଟ୍ୱିଟର ମାଧ୍ୟମରେ ଏହି ସିନେମା ସମ୍ପର୍କରେ କହିଛନ୍ତି ଯେ ‘ଏକ ସାମାନ୍ୟ ଲୋକର ଅସାମାନ୍ୟ ସ୍ଵପ୍ନ ଯାହାକୁ ପୂରଣ କରିବା ପାଇଁ ସେ ଅସମ୍ଭଵକୁ ସମ୍ଭବ କରିବା ପାଇଁ ଚେଷ୍ଟା କରିଛି,ଏହି ସିନେମା ୧୫ ଅଗଷ୍ଟ ୨୦୧୯ରେ ରିଲିଜ ହେବାକୁ ଯାଉଛି’। ସିନେମାରେ କାଷ୍ଟିଙ୍ଗକୁ ନେଇ ଚର୍ଚ୍ଚା ହୋଇଥିଲା ବେଳେ ଶୁଣାଯାଇଥିଲା ଯେ ଏଥିରେ ସରମନ ଯୋଶୀ, କୃତି କୁଲ୍ହାରି,ତାପସି ପନୁ,ବିଦ୍ୟା ବାଲନ, ସୋନାକ୍ଷୀ ସିନ୍ହା ଏବଂ ନିତ୍ୟା ମେନନ କାମ କରୁଛନ୍ତି। ଏହି ସିନେମା ସହିତ ଜନ ଅବ୍ରହାମଙ୍କ ‘ବାଟଲା ହାଉସ’ ମଧ୍ୟ ରିଲିଜ ହେବାକୁ ଯାଉଛି। ସିନେମାର ନିର୍ଦେଶକ ଭାବେ ଜଗନ ଶକ୍ତିଙ୍କୁ ଦେଖିବାକୁ ମିଳିବ। ଏବଂ ଏହା ଫକ୍ସ ଷ୍ଟାର ଷ୍ଟୁଡିଓ ଅଣ୍ଡରରେ ତିଆରି କରାଯିବ। ଏହାଛଡା ‘ହାଉସଫୁଲ ୪’ ରେ ମଧ୍ୟ ଅକ୍ଷୟଙ୍କୁ ଦେଖିବାକୁ ମିଳିବ।