ମୋଦି: ବିରୋଧୀ ନେତାଙ୍କ ମୁହଁ ଏକେ-୪୭ ରାଇଫଲ୍

0
117
prime minister nmarendra modis reply to opposition parties

ମଧ୍ୟପ୍ରଦେଶ: ଗତ କିଛି ଦିନ ହେବ ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିବାରେ ଲାଗିଛନ୍ତି। ତେଣୁ ଜବାବ ଦେବାକୁ ଯାଇ ଶନିବାର ମଧ୍ୟପ୍ରଦେଶ ବିଜେପି ପକ୍ଷରୁ ଆୟୋଜିତ ମେରା ବୁଥ୍ ସବସେ ମଜବୁତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଛନ୍ତି କି କେତେକ ବିରୋଧୀ ନେତାଙ୍କ ମୁହଁ ଏକେ-୪୭ ରାଇଫଲ୍ ପରି, ଯେଉଁଥିରୁ ଗୁଳି ଭଳି ମିଛ ପରେ ମିଛ ବାହାରୁଛି’। ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେବାକୁ ଯାଇ ମୋଦି କହିଛନ୍ତି ‘ବିରୋଧୀ ମିଥ୍ୟା ପ୍ରଚାରରେ ଲିପ୍ତ ଅଛନ୍ତି। ମଧ୍ୟପ୍ରଦେଶରେ ସେମାନଙ୍କର କୌଣସି ପ୍ରସଙ୍ଗ ନଥିଲେ ମଧ୍ୟ,କେବଳ ମିଥ୍ୟା କହି ଆମକୁ ବଦନାମ କରିବା ତାଙ୍କ ଲକ୍ଷ୍ୟ’। ତେଣୁ ସେମାନଙ୍କ ମୁଖା ଖୋଲାଯିବା ନିତ୍ୟାନ୍ତ ଆବଶ୍ୟକ।