ଅନଧିକାର ଭାବେ ପ୍ରବେଶ କରି ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

0
126
more-than-23-hundred-Indians-arrested-in-US-for-illegal-entry

ଦିଲ୍ଲୀ: ଅନଧିକାର ଭାବେ ପ୍ରବେଶ କରି ଆମେରିକାରେ ବର୍ତ୍ତମାନ ୮୬ ଜେଲରେ ପାଖାପାଖି ୨ହଜାର ୪ଶହ ଭାରତୀୟ ବନ୍ଦୀ ଜୀବନ କାଟୁଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପଞ୍ଜାବର ନାଗରିକ ଥିବାରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଜାବ ସରକାରଙ୍କୁ ଅନୁରୋଧ କରାଯାଇଛି। ଉକ୍ତ ବନ୍ଦୀମାନଙ୍କ ମଧ୍ୟରୁ ୩୭୭ ଜଣ ବନ୍ଦୀ କାର୍ଲିଫର୍ନିଆର ଆଡେଲାଣ୍ଟୋ ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ପ୍ରସେସିଂ ସେଣ୍ଟରରେ ଥିବାବେଳେ ୨୬୯ ଜଣ ଇମ୍ପାରିଆଲ ରିଜିଓନାଲ ଅଡଲ୍ଟ ଡିଟେନସନ୍‌ରେ ଅଛନ୍ତି। ସେହିପରି ୨୪୫ ଜଣ ଫେଡେରାଲ କରେକ୍ସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ୧୧୫ ଜଣ ଓ୍ଵାଶିଂଟନ ସ୍ଥିତ ଟାଲ୍କୋମା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ପ୍ରସେସିଂ ସେଣ୍ଟରରେ ବନ୍ଦୀ ଅଛନ୍ତି। ସୂଚାନଯୋଗ୍ୟ, ଉକ୍ତ ଭାରତୀୟମାନେ ନିଜ ଦେଶରେ ହିଂସାରେ ଅତିଷ୍ଠ ହୋଇ ଅଥବା ସେମାନଙ୍କ ବିରୋଧରେ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଆମେରିକାରେ ରାଜନୈତିକ ଆଶ୍ରୟ ନେବା ପାଇଁ ସୀମା ପାର କରିଥିବା କହିଛନ୍ତି।