ମୁକେଶ ଆମ୍ବାନୀ ମହାପ୍ରଭୁଙ୍କୁ ଦର୍ଶନ କରି ଝିଅ ବାହାଘର ନିମନ୍ତ୍ରଣ ପତ୍ର ଅର୍ପଣ କଲେ

0
143

ପୁରୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଶ୍ରୀକ୍ଷେତ୍ର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଝିଅ ବାହାଘର ନିମନ୍ତ୍ରଣ ପତ୍ର ଅର୍ପଣ କରିଛନ୍ତି। ସୂଚନା ଅନୁଯାୟୀ, ମୁକେଶ ଆମ୍ବାନୀ ସୋମବାର ଅପରାହ୍ନ ୩.୩୦ ମିନିଟ୍‌ରେ ଶ୍ରୀ ମନ୍ଦିରରେ ପହଞ୍ଚିଥିଲେ। ସିଂହଦ୍ୱାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ ଆମ୍ବାନୀ ଶ୍ରୀମନ୍ଦିର ଭିତରକୁ ଯାଇ ଭିତରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଆମ୍ବାନୀଙ୍କର କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ତାଙ୍କଠାରୁ ଝିଅ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ଏହାପରେ ଗୁଆ ଓ ଆଜ୍ଞାମାଳ ଆମ୍ବାନୀଙ୍କୁ ପ୍ରଦାନ କରାଯାଇଥିଲା।