ଏହମେଦାବାଦ ହେବ କର୍ଣ୍ଣାବତୀ

0
102
gujurat deputy cm nitin patel wants to change the name of ahemedabad to karnabati

ଗୁଜୁରାଟ: ପ୍ରଥମେ ଫୈଜାବାଦ ଓ ପରେ ଆଲାହାବାଦ, ଏହି ଦୁଇଟି ସହରର ନାମ ବଦଳାଇ ସାରିବା ପରେ ୟୁପି ସରକାର ଯୋଗୀ ଅଦିତ୍ୟନାଥ ଏକ ନୂଆ ବାର୍ତ୍ତା ପ୍ରଦାନ କରିବାକୁ ଚାଁହୁଛନ୍ତି। ନାମ ବଦଳାଇବାର ପ୍ରଭାବ ସମ୍ପୂର୍ଣ୍ଣ ଦେଶରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏହି ଦୁଇଟି ବଡ ସହରମାନଙ୍କ ନାମ ବଦଳିଯିବା ପରେ ଏବେ ଗୁଜୁରାଟର ଏହମେଦାବାଦର ନାମ ବଦଳିବାର ଚର୍ଚ୍ଚା ଜୋର ଧରିଛି। ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ କହିବା ଅନୁଯାୟୀ ସେ ଏହମେଦାବାଦର ନାମ ବଦଳାଇବା କଥା ପୂର୍ବରୁ ଚିନ୍ତା କରୁଥିଲେ ଏବଂ ଏହାର ନୂଆ ନାମ କର୍ଣ୍ଣାବତୀ ରଖାଯିବ ବୋଲି ସେ ସ୍ଥିର କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ସେହି ସମାନ ମନ୍ତବ୍ୟ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ‘ଆମେ ନାମ ବଦଳାଇବାକୁ ସବୁ ନିୟମ ଦୃଷ୍ଟିରୁ ବିଚାର କରିବୁ ଏବଂ ଠିକ ସମୟରେ ଠିକ ଫଇସଲା କରାଯିବ’। ଏଠାରେ ଏହା ସୂଚନାଯୋଗ୍ୟ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଏହମେଦାବାଦ ହେଉଛି ଏକ ମାତ୍ର ସହର ଯାହାକୁ ୟୁନେସ୍କୋରେ ‘ୱାର୍ଲଡ ହେରିଟେଜ ସିଟି’ ଭାବେ ସାମିଲ କରାଯାଇଛି।