ଦାନ୍ତେୱାଡାରେ ବସ୍ ଉଡାଇଲେ ନକ୍ସଲ : ୪ ମୃତ

0
110
naxal attck

ଦାନ୍ତେୱାଡା : ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣରେ ଏକ ବସ ଉଡାଇ ଦେଇଛନ୍ତି । ଏଥିରେ ୪ ଜଣ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୩ ଜଣ ସାଧାରଣ ନାଗରିକ ଓ ଅନ୍ୟ ଜଣେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ସିଆଏସ୍ଏଫ୍)ଙ୍କ ମୃତ୍ୟୁ ହୋଇଛି।ଅନ୍ୟ ଆହତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତି କରାଯାଇଛି । ସୂଚନା ଯୋଗ୍ୟ, ଯବାନମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ସେମାନଙ୍କ ଗାଡିକୁ ଉଡାଇଦେଇଥିବା ଜଣାପଡିଛି । ସାରା ଦେଶ ଦୀପାବଳି ପାଇଁ ଉତ୍ସବ ମୁଖର ଥିବା ବେଳେ ମାଓବାଦୀମାନେ ପୁଣି ଏକ ଲଙ୍କାକାଣ୍ଡ ଘଟାଇଛନ୍ତି ଓ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଛି ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଗଦଲପୁରରେ ନିର୍ବାଚନୀ ପ୍ରଚାର କରିବାର କାର‌୍ୟ୍ୟକ୍ରମ ଧାର‌୍ୟ୍ୟ ହୋଇଛି । ନିର୍ବାଚନ ପାଇଁ ସେଠାରେ ସିଆଇସିଏଫ୍ ଶିବିର ସ୍ଥାପନା କରାଯାଇଛି । ମୃତ ଜଣକ ହାଟରୁ ସଉଦା କିଣି ଫେରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି ।