ପରଲୋକରେ କଣ୍ଠଶିଳ୍ପୀ ଚିତ୍ତ ଜେନା

0
95
noted odia singer chitta jena passes away

କଟକ: ପରଲୋକରେ ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ଚିତ୍ତ ଜେନା। କିଛିଦିନ ହେଲା ସେ ଅସୁସ୍ଥ ହୋଇ ହୋଇପଡିଥିଲେ। ଆଜି ସକାଳୁ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଆ ସିନେମା ପାଇଁ ସେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ରୂପ ହୋଇଥିବ ଲାବଣ୍ୟବତୀ, ଉଡ଼ିଗଲା ଗେଣ୍ଡାଳିଆ ଓ ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ହେଉଛି ଚିତ୍ତଙ୍କ ଚର୍ଚ୍ଚିତ ଗୀତ। କଣ୍ଠଶିଳ୍ପୀ ଚିତ୍ତଜେନାଙ୍କ ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତର ଅପୁରଣୀୟ କ୍ଷତି ଘଟିଛି। ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।