ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର ମାତ୍ରା ଭୟାନକ ଓ ବିପଦଜନକ ହୋଇପଡିଛି

0
96
Nuadelhi: air pollution con not breathe

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ବିଗତ କିଛି ଦିନ ଧରି ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ରୂପ ଧାରଣ କରିଛି। ଦୀପାବଳି ପାଇଁ ଆହୁରି ଦୁଇଦିନ ବାକି ରହିଥିବା ବେଳେ ଧୂଳି ଓ ଧୂଆଁର ଘନ ଚାଦାର ତଳେ ରାଜଧାନୀ ବାସୀଙ୍କ ଜନଜୀବନ ଆଜି ସଂପୂର୍ଣ୍ଣ ରୂପେ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନା ନିଃଶ୍ୱାସ ନେଇ ପାରୁଛନ୍ତି ନା ଆଖିଖୋଲି ଦେଖି ପାରୁଛନ୍ତି ଦିଲ୍ଲୀବାସୀ। ସ୍ଥିତି ଏପରି ଭୟାନକ ଓ ବିପଦଜନକ ହୋଇଛି ଯେ ନିଃଶ୍ୱାସରେ ଦିଲ୍ଲୀ ବାୟୁ ଗ୍ରହଣ କରିବା ଦିନକୁ ୨୦ଟି ସିଗାରେଟ୍‌ ଟାଣିବା ସହ ସମାନ ହୋଇପଡ଼ିଛି। ଏପରିସ୍ଥିତରେ ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଡାକ୍ତରଖାନୀରେ ଦିନକୁ ଦିନ ବଢିବାରେ ଲାଗିଛି। ଧୂଳି ଏବଂ ଧୂଆଁର ଚାଦର ଘୋଡ଼େଇ ହୋଇ ରହିଥିବା ଦିଲ୍ଲୀରେ ଲୋକମାନଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି। ଏପରିସ୍ଥିତିରେ ଅନେକ ଦିଲ୍ଲୀବାସୀ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ପଳାଇ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି।