ଓସିଏନ ପଞ୍ଜିକା

0
148
ocn-panjika

ଅଦ୍ୟ ନଭେମ୍ବର ୦୩ ତାରିଖ  ୨୦୧୮ମସିହା

(ଶନିବାର)

ଶକାବ୍ଦ -୧୯୪୦

ସମ୍ବତ -୨୦୭୫

ସାଲ-୧୪୨୬

ସମ୍ବତ୍ସର -ପରିଧାବୀ

ଦକ୍ଷିଣାୟନ -ଶରତଋତୁ

କାର୍ତ୍ତିକ -କୃଷ୍ଣପକ୍ଷ

ତିଥି -ଦଶମୀ

ନକ୍ଷତ୍ର-ପୂର୍ବାଫାଃ ଦିବା  ଘ୧୧/୧୬ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ

ଚନ୍ଦ୍ର -ସିଂହ

ଯୋଗ -ବ୍ରହ୍ମ

କରଣ -ବବ

ସୂର୍ଯ୍ୟ – ତୁଳା ୧୮ ଦିନ

ଅଦ୍ୟ ରମା ଏକାଦଶୀ

ସୁର୍ୟୋଦୟ -ପ୍ରାତଃ ଘ୦୫/୫୨/୧୪

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୧୮

ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୩/୦୮ ଗତେ ନୈଋତେ

କର୍କଟ ଓ ମକର ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର

ଅଦ୍ୟ ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍

କାଳବେଳା -ଦିବା ଘ୦୬/୨୦ ମଧ୍ୟେ ଓ ଘ୦୩/୪୩  ଗତେ ଘ ୦୫/୦୯  ମଧ୍ୟେ

ବାରବେଳା – ଘ୦୨/୨୩  ଗତେ ଘ୦୩/୫୫ ମଧ୍ୟେ

ଅମୃତବେଳା – ଦିବାଘ ୧୧/୫୫ଗତେ ଘ୦୧/୨୭ ମଧ୍ୟେ  ଓ  ଘ୦୩/୪୨ ଗତେ ଘ୦୫/୦୭ ମଧ୍ୟେ

ମାହେନ୍ଦ୍ର ବେଳା-  ଦିବା ଘ ୦୭/୦୮ଗତେ ଘ୦୮/୪୨ ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୮/୫୨ ମଧ୍ୟେ

ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ

ଜୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର

ଆମ ଠିକଣା :
ଓସିଏନ୍ ଏସ.ଭି ,ଶ୍ରୀକ୍ଷେତ୍ର ବିହାର,ଖଣ୍ଡଗିରି ,ଆଇଗିଣିଆ
ଭୁବନେଶ୍ୱର।
ଫୋନ ନମ୍ବର-୦୬୭୪-୨୪୭୧୦୭୨

ଆଜିର ରାଶିଫଳ

ମେଷ

ଆଜି ଆତ୍ମୀୟମାନଙ୍କ ସାହାଯ୍ୟରୁ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ଆଜି ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। କ୍ରୀଡା, ସାହିତ୍ୟ,କଳା କ୍ଷେତ୍ରରୁ ପ୍ରଶଂସିତ ହେବେ।

ବୃଷ

ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ । ସତର୍କତା ଅଭାବରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୂଲ୍‌ ବୁଝାମଣା ଘଟିପାରେ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡିପାରେ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି।

 

ମିଥୁନ

ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ ।  ବହୁତ ଦିନରୁ ଚେଷ୍ଟା କରି ମଧ୍ୟ ପାଇ ନ ଥିବା ପ୍ରାପ୍ୟଧନ ଆଜି ସଂନ୍ଧ୍ୟାରେ ପାଇବେ। ସମ୍ପର୍କୀୟ ବ୍ୟକ୍ତିମାନଙ୍କ ସକାଶେ  ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ଶିଳ୍ପ ଓ ବ୍ୟବସାୟ  ପାଇଁ କୈାଣସି ସମସ୍ୟା ରହିବ ନାହିଁ ।

କର୍କଟ

ଆଜି ଦିନଟି ଭଲରେ ଭଲରେ ଅତିବାହିତ ହେବ। ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରି  ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।  କଚେରି ମାମଲା, ଜମିଜମା ସମ୍ପର୍କୀୟ ବିବାଦୀୟ ଘଟଣାର ବିଜୟୀ ହେବେ।

ସିଂହ

ଆଜି ମନ ଭଲ ରହିବ ନାହିଁ ା ପରିବହନ, ବ୍ୟବସାୟରେ ମାନମାନାନ୍ତର ଦେଖା ଦେଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ନିଜ ପାଇଁ କ୍ଷତିର କାରଣ ହେବ ା  ଅବଶ୍ୟ ପୂର୍ବ ପ୍ରସ୍ତୁତିକ୍ରମେ ବନ୍ଧୁମିଳନ ଓ ଦୂର ଯାତ୍ରା କରିପାରନ୍ତି।

କନ୍ୟା

ଆଜି ବ୍ୟସ୍ତତା ବଢିବ । ବନ୍ଧୁ କିମ୍ବା ଆମତ୍ୀୟଙ୍କ ଦୁଃଖିତ ମନକୁ ସାନ୍ତ୍ୱନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ୍ୱ ଲାଗିଯାଇପାରେ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବିଶେଷ ପରିମାଣରେ ବୃଦ୍ଧି ପାଇପାରେ।

ତୁଳା

ବିଭିନ୍ନ ସ୍ତରରୁ ଉପକୃତ ହେବେ। ବ୍ୟୟ ଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ,ବ୍ୟବସାୟ ଓ ପରିବହନାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଆର୍ଥିକ ଅନଟନ ଓ  ସ୍ଥାନ ବଦଳିବା କାରଣରୁ ଦୁଃଶ୍ଚିନ୍ତା ବୃଦ୍ଧି ପାଇବ।

ବିଛା

କର୍ମକ୍ଷେତ୍ରର ଚାପ କ୍ରମଶଃ ବୃଦ୍ଧି ପାଇବା କାରଣରୁ ଓ କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। କରିବାରେ ସକ୍ଷମ ହେବେ। ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା କାରଣରୁ  ଦୀର୍ଘ ଦିନରୁ ପଡିରହିଥିବା କାମଟିରେ ଅଗ୍ରଗତିର ସୂଚନା ପାଇବେ।

ଧନୁ

ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ସାହିତ୍ୟ,ରାଜନୀତି, ପ୍ରଶାସନ, ସାମ୍ବାଦିକତା, ବ୍ୟବସାୟ ପାଇଁ ଆଜି ଦିନଟି ବହୁତ ଭଲ ା ରାଜନୀତି, କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ।

ମକର

କାର୍ଯ୍ୟସିଦ୍ଧି  ଓ ସୁନାମ ପାଇବେ। ପାରିବାରିିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡିବ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରେଇ ଯିବାରୁ ମନ ମଧ୍ୟ ହାଲୁକା ରହିବ। ଯାତ୍ରାରେ ସଫଳତା ପାଇବେ।

କୁମ୍ଭ

ପାରିବାରିକ ଅଶାନ୍ତି  ,ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ବାଦବିବାଦରେ ଆପୋଷ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ।

ମୀନ

ସାମାଜିକ ସ୍ତରରେ ବନ୍ଧୁ ମାନଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅନୁତାପ କରିବାକୁ ପଡ଼ିବ। ଆଲୋଚନା, ସଭାସମିତି, କ୍ରୀଡା, କଳା ଓ ଚଳଚ୍ଚିତ୍ର ଏବଂ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।