ରାଜଧାନୀର କାନ୍ଥରେ ସାହିତ୍ୟ ବାର୍ତ୍ତା

0
111
odia-patachitra-on-the-wall-of-bhubaneswar

ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍ , ୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ସେଥିପାଇଁ ରାଜଧାନୀର କାନ୍ଥକୁ ବିଭିନ୍ନ ଚିତ୍ରପଟରେ ସଜେଇ ଦିଆଯାଇଛି, ଯେଉଁଥିରେ ଓଡିଶାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ସବୁ ଚିତ୍ରିତ ହୋଇଛି। ବ୍ୟାସକବି ଫକୀର ମୋହନ ସେନାପତୀଙ୍କ ପ୍ରସିଦ୍ଧ ପୁସ୍ତକମାଳା ସମେତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀ ମୁନରେ ପ୍ରତିସ୍ଫୁଟ ହୋଇଥିବା କାବ୍ୟ ଲାବଣ୍ୟବତୀ ଏବଂ ପ୍ରେମସୁଧାନିଧିର ଚିତ୍ରପଟ ଏବେ କାନ୍ଥରେ ଦେଖିବାକୁ ମିଳୁଛି। ସେହିଭଳି ଛବିଳ ବର୍ଣ୍ଣବୋଧ , ବିଲଙ୍କା ରାମାୟଣ, ଶ୍ରୀମଦ୍ ଭାଗବତ , ତପସ୍ୱିନୀ, ଲଛମା ଭଳି ପୁରାଣର ଚିତ୍ରପଟ ମଧ୍ୟ କାନ୍ଥରେ ଚିତ୍ରିତ ହୋଇଛି।