ପ୍ରବଳ ତୁଷାରପାତ ଯୋଗୁ ବଦ୍ରିନାଥରେ ଫସିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ

0
101

ବ୍ରହ୍ମପୁର: ପ୍ରବଳ ତୁଷାରପାତ ଯୋଗୁ ବଦ୍ରିନାଥରେ ଫସିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ । ସେମାନେ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି। ସୂଚନା ଅନୁଯାୟୀ, ଗତ ୨୬ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ ଜଣ ତୀର୍ଥଯାତ୍ରୀ ଦର୍ଶନ ପାଇଁ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଯାଇଥିଲେ। ହେଲେ ଦର୍ଶନ ସାରି ଶନିବାର ଫେରିବା ବେଳେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିଲା। ଫଳରେ ରାସ୍ତା ଜାମ୍ ହୋଇଯାଇଛି। ଏହି କାରଣରୁ ସେମାନେ ଫସି ରହିଛନ୍ତି ।