୬୩ ନମ୍ବର ଜାତୀୟ ରାଜପଥ ନିକଟରେ ଜଳିଗଲା ତେଲ ଟ୍ୟାଙ୍କର

0
98
Oil tanker catches fire in nh-63

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା କୋଟପଡ଼ ୬୩ ନମ୍ବର ଜାତୀୟ ରାଜପଥର ସାସହାଣ୍ଡି ନିକଟରେ ଚଳନ୍ତା ତେଲ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳିଯିବା ସହ ୩ ଘଣ୍ଟା ଧରି ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ସୂଚନା ଅନୁଯାଇ,ତେଲ ଟ୍ୟାଙ୍କର ଆବଶ୍ୟକତା ଠାରୁ ଅଧିକ ପରିମାଣର ତେଲ ଥିବା କାରଣ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି । ଗାଡି ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛି ।