ବଢ଼ିଲା ଭାରତର ଚିନ୍ତା : ଚାଇନାରେ ଓ୍ବାନ୍‌ ବେଲ୍ଟ ଓ୍ବାନ ରୋଡ୍‌ ପ୍ରକଳ୍ପ ୭୦ଟି ଦେଶକୁ ସଂଯୋଗ

0
130
one-belt-one-road-project-in-chaina-696x383

ନୂଆଦିଲ୍ଲୀ : ୭୦ଟି ଦେଶକୁ ଚାଇନାର ଓ୍ବାନ୍‌ ବେଲ୍ଟ ଓ୍ବାନ ରୋଡ୍‌ ପ୍ରକଳ୍ପ ସଂଯୋଗ କରିବା ସହିତ ଭାରତକୁ ଘେରିବ। ଏନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପରେ ପୃଥିବୀର ଏକ ତୃତୀୟାଂଶ ଜିଡ଼ିପି ଖର୍ଚ୍ଚ ହେବ। ସୂଚନା ଯୋଗ୍ୟ ,ଏହି ପ୍ରକଳ୍ପ ମାଧ୍ୟମରେ ଏସିଆ, ଆଫ୍ରିକା ଏବଂ ୟୁରୋପକୁ ସଡ଼କ, ରେଳ ତଥା ସମୁଦ୍ର ପଥରେ ସଂଯୋଗ କରାଯିବ। ଏଥିରେ ପ୍ରାୟ ୬୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପରେ ୯୮ ଶହ କିମି ରେଳ ପଥ ନିର୍ମାଣ କରାଯିବ ଓ ଏଥିସହ ପୂର୍ବରୁ ଦ୍ୱିତୀୟ ଶତାବ୍ଦୀରେ ଚାଇନା ସିଲ୍କ ରୁଟ୍‌ ସହାୟତାରେ ଭାରତ, ଫ୍ରାନ୍ସ୍‌ ଏବଂ ରୋମାନ ସାମ୍ରାଜ୍ୟକୁ ଯୋଡ଼ିବାର ଉଦ୍ୟମ କରିଛି ।