କାମାକ୍ଷାନଗର ପାଳସାହି ଗାଁରେ ହାତୀ ଉପଦ୍ରବ:୧ ମୃତ

0
145

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବୀର ରୋଡ ପାଳସାହି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଉକ୍ତ ମୃତକ ହେଲେ ପାଳସାହି ଗାଁର ବାଉରିବନ୍ଧୁ ସାହୁ । ସୂଚନା ଅନୁଯାୟୀ, ସେ ସକାଳୁ ନିଜର ବାଇଗଣ ବାଡିକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ପହଞ୍ଚି ମୃତଦେହ ଜବତ କରିବା ସହ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।