ଜଣେ ପାକ ଆତଙ୍କବାଦୀଙ୍କ ମୃତ୍ୟୁ, ୧୦୫ କୋଟି ଟଙ୍କାର ହେରୋଇନ୍‌ ଜବତ

0
107
Pak ‘terrorist’ killed; arms, drugs seized

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆନ୍ତର୍ଜାତିକ ସୀମାରେ ସେନା ଏବଂ ଡିଆର୍‌ଆଇର ମିଳିତ ସର୍ଚ୍ଚ ଅପରେଶନରେ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ଏଠାରୁ ଆତଙ୍କବାଦୀଙ୍କ ହତିଆର, ଗୋଳା ବାରୁଦ ସହ ୧୦୫ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, ଜାମ୍ମୁର ଆଖନୁର ସେକ୍ଟରର ଗିଗିରପାଲ ଗାଁ ମଧ୍ୟ ଦେଇ ଭାରତକୁ ଏହି ହେରୋଇନ୍‌ ଚାଲାଣ ହେଉଥିଲା। ଏହା ସହିତ ଏକେ-୫୬ ରାଇଫଲ୍‌, ୧୫ ହ୍ୟାଣ୍ଡ୍‌ ଗ୍ରେନେଡ୍‌, ୫ ପିସ୍ତଲ, ୧୨ ଡିଟୋନେଟର୍ସ, ୨୯୪ ଗୁଳି ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ ବୋଲି ସେନା ପକ୍ଷରୁ ସୂଚନା ମିଳିଛି।