ମାଲଗାଡ଼ିରୁ ପେଟ୍ରୋଲ୍‌ ଚୋରି

0
140

ସୋର: ପାରାଦ୍ୱୀପରୁ ପେଟ୍ରୋଲ୍‌ ବୋଝେଇ କରି ୫୨ଟି ଟ୍ୟାଙ୍କରବିଶିଷ୍ଟ ଏକ ମାଲଗାଡ଼ି ବାଲେଶ୍ୱର ଜିଲ୍ଲାର ସୁବାରାମପୁର ଡିପୋକୁ ଯାଉଥିଲା। କୌଣସି କାରଣରୁ ଇଞ୍ଜିନ୍‌ରେ ବିଭ୍ରାଟ ଦେଖା ଦେବାରୁ ଶନିବାର ସନ୍ଧ୍ୟାରେ ମାଲ୍‌ଗାଡ଼ିଟି ବାହାନଗା ବଜାରସ୍ଥିତ ଷ୍ଟେସନ୍‌ ଠାରେ ଅଟକିବା ପରେ ଜଣାପଡ଼ିଲା ଯେ ତାହାର ଶେଷ ଦୁଇଟି ଟ୍ୟାଙ୍କର୍‌ରୁ ପେଟ୍ରୋଲ୍‌ ଲିକ୍‌ କରୁଛି। ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେବାକୁ ୫୨ଟିଯାକ ଟ୍ୟାଙ୍କର୍‌କୁ ଛାଡ଼ି କେବଳ ଇଞ୍ଜିନ୍‌ ନେଇ ବାଲେଶ୍ୱର ଅଭିମୁଖେ ଚାଲି ଯାଇଥିଲା। ସ୍ଥାନୀୟ ଗ୍ରାମର ଲୋକେ ଏହାର ସୁରାକ ପାଇବା ପରେ ଲିକ୍‌ ହେଉଥିବା ଟ୍ୟାଙ୍କର୍‌ର ନଟ୍‌ବୋଲ୍‌ଟ୍‌ ଖୋଲି ସିଲ୍‌ କାଟି ଶେଷ ତିନୋଟି ଟ୍ୟାଙ୍କର୍‌ରୁ ସବୁ ପେଟ୍ରୋଲ୍‌ ଚୋରାଇ ନେଇଥିଲେ। ପେଟ୍ରୋଲ୍‌ ଚୋରି ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀ ଜାଣିବା ପରେ, ତଦନ୍ତ କରିବାକୁ ସିବିଆଇକୁ ଖବର ଦେଇଛନ୍ତି।