ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ ସହ ଲକ୍ଷପତି ଅଧ୍ୟାପକ

0
115
pharmsist and lecture arrested vigilance

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଣେ ଲକ୍ଷପତି ଅଧ୍ୟାପକ ଏବଂ ଅନ୍ୟଜଣେ କୋଟି ଫାର୍ମାଷ୍ଟିସ ଧରାପଡିଛନ୍ତି। ନିମାପଡା ମହାବିଦ୍ୟାଳୟର ଜିଓଲୋଜି ବିଭାଗର ଅଧ୍ୟାପକ ମାନସ ରଜ୍ଞନ ସ୍ୱାଇଁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଧ୍ୟାପକ ମାନସ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ସହ ତାଙ୍କ ନାମରେ ବିଭିନ୍ନ ଦୁର୍ନିତି ଅଭିଯୋଗ ଥିବାରୁ ଗିରଫ ପରେ ଭିଜିଲାନ୍ସ ଅଧ୍ୟାପକ ମାନସଙ୍କ ଘରେ ଚଢାଉ କରିଥିଲା। ଚଢଉ ବେଳେ ତାଙ୍କ ଘରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତି ଜବତ ହୋଇଛି। ସେହିପରି ବାରିପଦାର ଜଣେ କୋଟିପତି ଫାର୍ମାଷ୍ଟିଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚଢଉ ବେଳେ ନଗଦ ୬୦ ହଜାର ଟଙ୍କା,ଜମିଜମା କାଗଜ ପତ୍ର ସହ ବ୍ୟାଙ୍କ ପାସବୁକ ସବୁ ଜବତ କରାଯାଇଛି।