ହକି ବିଶ୍ୱକପ୍‌ରେ ପାକିସ୍ତାନ ଖେଳିବ: ସ୍ପଷ୍ଟ କଲେ ହକି ଫେଡେରେସନ୍‌ର ସଭାପତି ନରେନ୍ଦର ବାତ୍ରା

0
124
PHF- Secretary: Pakistan is coming to India for Hockey World Cup

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁଥିବା ପୁରୁଷ ହକି ବିଶ୍ୱକପ୍‌ରେ ପାକିସ୍ତାନ ଭାଗ ନେବ କି ନାହିଁ ଆଶଙ୍କା ଦେଖାଯାଇଥିବା ବେଳେ ପାକିସ୍ତାନ ଏଥର ବିଶ୍ୱକପ୍‌ରେ ଭାଗନେବ ବୋଲି ଆଜି ପାକିସ୍ତାନ ହକି ଫେଡେରେସନ୍‌ର ସଚିବ ଶାହାବାଜ ଅହମ୍ମଦ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସଭାପତି ନରେନ୍ଦର ବାତ୍ରା ସୂଚନା ଦେଇଛନ୍ତି। ପାକିସ୍ତାନ ହକି ଟିମ୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦଳ ଏଥର ବିଶ୍ୱକପ୍‌ରେ ଭାଗ ନେଇ ପାରିବ ନାହିଁ ବୋଲି ଖବର ପ୍ରକାଶ ପାଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବାତ୍ରା। ସେ କହିଛନ୍ତି ଜେ, “ମୁଁ ବୁଝିପାରୁନି ଏଭଳି ମିଥ୍ୟା ରିପୋର୍ଟ ଆସୁଛି କେଉଁଠୁ? ମୁଁ ଅନ୍ତର୍ଜାତୀୟ ହକି ଫେଡେରସନ୍‌ର ସଭାପତି କିନ୍ତୁ ପାକିସ୍ତାନ ବିଶ୍ୱକପ୍‌ ଖେଳିବ ନାହିଁ ବୋଲି ଖବର ପାଇନାହିଁ। ପାକିସ୍ତାନ ହକି ଫେଡେରେସନ୍‌ କେବେ ହେଲେ ଏସମ୍ପର୍କରେ ଆମ ସହ କଥା ହୋଇନାହିଁ। ଆମେ ଯେତିକି ଜାଣିଛୁ ପାକିସ୍ତାନ ଏଥର କିଶ୍ୱକପ୍ ଖେଳିବାକୁ ଆସିବ।”ଶହବାଜ ଅହମ୍ମଦ କହିଛନ୍ତି, ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ ଦୂର ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।