ହଷ୍ଟେଲ୍‌ରେ ଅବ୍ୟବସ୍ଥା; ପିଲାଙ୍କୁ ମିଳିଲା ଖାଲି ଭାତ

0
157

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସଦର ଚିତ୍ରକୋଣ୍ଡାର କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ରୋଷେଇ ପାଇଁ ଜାଳେଣି ନଥିବାରୁ ଗତକାଲି ୧୧୯ ଜଣ ଛାତ୍ର ରାତି ୧୨ଟାରେ ଖାଇବାକୁ ପାଇଛନ୍ତି। ତେବେ କେବଳ ଭାତ। ତା ସହିତ ଡାଲି କି ତରକାରି କିଛି ବି ନଥିଲା। ଅନେକ ଛାତ୍ର ଭାତରେ ପାଣି ମିଶାଇ ଖାଇଥିଲେ। ଆଉ କିଛି ଛାତ୍ର ଲୁଣ ସହ ଭାତ ଖାଇଥିଲେ।

ଏହି ହଷ୍ଟେଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପଢ଼ୁଥିବା ୧୧୯ ଜଣ ଛାତ୍ର ରହନ୍ତି। ଜାଳେଣି ନଥିବା ନେଇ ଛାତ୍ରମାନେ ହଷ୍ଟେଲ୍‌ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ କହିଥିଲେ। ତେବେ ସେ କିଛି ବ୍ୟବସ୍ଥା କରି ନଥିଲେ ବୋଲି ଅଭିଯୋଗ ହୋଇଛି।