ପ୍ରଦେଶ କଂଗ୍ରେସ କମିଟିର ପ୍ରତିବାଦ

0
111

ଭୁବନେଶ୍ୱର: ପୋଲସରା ଠାରେ ଘଟିଥିବା ଗଣ ବଳାତ୍କାର ପ୍ରତିବାଦରେ ଓଡ଼ିଶା ପ୍ରଦେଶ କମିଟି ଥରଫରୁ ଆଜି ଏକ ସାମ୍ବାଦିକ ସମିଳନୀ କରି, ପ୍ରଦେଶ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟନାୟକ ଘୋଷଣା କରିଛନ୍ତିଯେ, ଆସନ୍ତାକାଲି ଓଡିଶା ପ୍ରଦେଶ ମହିଳା କମିଟିର ସଭାପତି ଶ୍ରିମନ୍ତି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନଦଳ ପୋଲସରା ଯିବେ । ଏମ କେ ସି ଡ଼ି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୀଡିତା ଓ ତାଙ୍କର ପରିବାର ବର୍ଗଙ୍କୁ ଭେଟିବା ସହିତ ଘଟଣା ସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରି ପିସିସି ସଭାପତିଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବେ । ତାହା ପରେ କି ପ୍ରକାର ପଦକ୍ଷପ ନିଆଯିବ ତାହା ମଧ୍ୟ ସାମ୍ୱାଦିକ ସମିଳନୀ କରି ଜଣାଇ ଦିଆଯିବ। ଉକ୍ତ ସାମ୍ୱାଦିକ ସମିଳନୀରେ ବିଜୟ ଲକ୍ଷ୍ମୀ ସାହୁ, ସୋନାଲି ସାହୁ, ରଶ୍ମି ମହାପାତ୍ର, ସ୍ବଧୀନବାଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।