ପାଞ୍ଚ ଜଣ କର୍ମଚାରୀଙ୍କ ଉପରେ ଅଭିଯୋଗ ଆଣିଲେ ପୀଡିତା

0
126
presente-warranty

ଉତ୍ତରପ୍ରଦେଶ: ଭମୌର ଅଞ୍ଚଳର ଜଣେ ୧୬ ବର୍ଷୀୟ ଝିଅକୁ ନିଶା ଇଞ୍ଜେକ୍ସନ ଦେଇ ବଳାତ୍କାର କରାଯାଇଛି ।  ପୀଡିତାଙ୍କ ମୁତାବକ ତାଙ୍କ ମୁହଁରେ ଅକ୍ସିଜେନ ମାକ୍ସ ଲାଗିଥିଲା, ସେହି ସମୟରେ ତାଙ୍କୁ ନିଶା ଇଞ୍ଜେକ୍ସନ ଦିଆଯାଇଥିଲା। ବେହୋସ ହେବା ପରେ ତାଙ୍କର ହାତ-ଗୋଡ଼ ବାନ୍ଧି ଦିଆଯାଇଥିଲା। ଏହା ପରେ ଜଣେ ପରେ ଜଣେ ପାଞ୍ଚ ଜଣ କର୍ମଚାରୀ ପୀଡିତାଙ୍କୁ ବଳାତ୍କାର କରିଥିଲେ।  ସେଥିରୁ ଜଣେ କମ୍ପାଉଣ୍ଡର ଥିବା ବେଳେ ବାକି ଚାରି ଜଣ ଅଭିଯୁକ୍ତ ମେଡିକାଲର ସଫେଇ ଓ ଅନ୍ୟ କାମ କରନ୍ତି ବୋଲି କୁହାଯାଉଛି। ଶୁକ୍ରବାର ପର୍ଯ୍ୟ ତାଙ୍କ ମୁହଁରେ ମାକ୍ସ ଲାଗିଥିବା କାରଣରୁ ପିତା ଯେବେ ତାଙ୍କୁ ଦେଖିବାକୁ ଆସନ୍ତି ପୀଡିତା ଇସାରାରେ ନିଜ ସହିତ ହୋଇଥିବା ଅମାନବୀୟ କାମ ବିଷୟରେ ଜଣାଇବାକୁ ଚେଷ୍ଟା କରନ୍ତି, ମାତ୍ର ପିତା ବୁଝି ପାରିନଥିଲେ। ଶୁକ୍ରବାର ଯେବେ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଲା ପୀଡିତାଙ୍କୁ ଓ୍ଵାର୍ଡରେ ଭର୍ତ୍ତି କରାଗଲା। ତେବେ ଯାଇ ପୀଡିତା ନିଜର ଆଈଙ୍କୁ ପୂରା ଘଟଣା ବିଷୟରେ କହିଥିଲେ। ଏହା ପରେ ହସ୍ପିଟାଲରେ ଚହଳ ପଡ଼ିବା ସହିତ ହଙ୍ଗାମା ଆରମ୍ଭ  ହୋଇଥିଲା। ଘଟଣା ବିଷୟରେ ସୂଚନା ପାଇ ବିଜେପି ବିଧାୟକ ରାଜେଶ ମିଶ୍ର ରାତିରେ ହସ୍ପିଟାଲ ପହଞ୍ଚିଥିଲେ। ସେ ଆଇଜି ଡିକେ ଠାକୁରଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସିଓ ସୀମା ଯାଦବ ହସ୍ପିଟାଲରେ ପହଞ୍ଚି ଯାଞ୍ଚ କରିବା ସହିତ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏହା ସହିତ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଛି। ଏ ପର୍ଯ୍ୟନ୍ତ ଏହି ମାମଲାରେ କାହାରି ଗିରଫ ହୋଇ ନାହିଁ। ସୂଚନା ଅନୁଯାଇ, ଭମୌର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୧୬ ବର୍ଷୀୟ ଝିଅକୁ ବିଷାକ୍ତ କୀଟ କାମୁଡି ଦେଇଥିଲା। ଅନେକ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଡାକ୍ତର ଯୁବତୀଙ୍କ ଚିକିତ୍ସା କରିଥିଲେ ମାତ୍ର ଅବସ୍ଥା ଜଟିଳ ହେବାରୁ ସୋମବାର ବନ୍ଦାୟୁ ରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟବସ୍ଥା ଏତେ ଗମ୍ଭୀର ଥିଲା ଯେ ଯୁବତୀଙ୍କୁ ଆଇସିୟୁରେ ରଖାଯାଇଥିଲା। ବୁଧବାର ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ସ୍ଵାସ୍ଥ୍ୟବସ୍ଥା କିଛି ସୁଧୁରିବା ପରେ ଉକ୍ତ ରାତିରେ ପାଞ୍ଚ ଜଣ ହସ୍ପିଟାଲ କର୍ମଚାରୀ ପୀଡିତାଙ୍କୁ ବଳାତ୍କାର କରିଥିଲେ।