ତୃତୀୟ ଫାଇନାନ୍ସ୍‌ ଟୋକ୍ନୋଲୋଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ମତ

0
92
Prime-Ministers-speech-in-3rd-finance-technology-festival

ଦିଲ୍ଲୀ: ସିଙ୍ଗାପୁରରେ ଆୟୋଜିତ ତୃତୀୟ ଫାଇନାନ୍ସ୍‌ ଟୋକ୍ନୋଲୋଜି ସମ୍ମିଳନୀରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ଯେ, ଭାରତରେ ଆର୍ଥିକ ଯୋଜନା ମାଧ୍ୟମରେ ୧୩୦ କୋଟି ଲୋକଙ୍କ ଜୀବନରେ ସୁଧାର ଆସିପାରିଛି। ବିଗତ ୨୪ ମାସ ମଧ୍ୟରେ ୟୁପିଆଇ କାରବାରରେ ପ୍ରାୟ ୧୫ଶହ ଗୁଣା ବୃଦ୍ଧି ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ଦେଶରେ ଧୀରେଧୀରେ ଡିଜିଟାଲ ଆର୍ଥିକ କାରବାର ଅଧିକ ଲୋକପ୍ରିୟ ହେଉଥିବାରୁ ଦେଶର ଜନତାଙ୍କ ମଧ୍ୟରେ କ୍ୟାସ୍‌ଲେସ୍‌ କାରବାର ପ୍ରତି ଆଗ୍ରହ ଆସିପାରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।