‘ଦି ସ୍କାଏ ଇଜ୍‌ ପିଙ୍କ୍‌’ରେ ବ୍ୟସ୍ତ ରହୁଛନ୍ତି ପ୍ରିୟଙ୍କା

0
111

ଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଦେଶକୁ ବାହୁଡ଼ିଛନ୍ତି। ଦିଲ୍ଲୀରେ ଆରମ୍ଭ ହୋଇଯାଇଥିବା ନିଜର ଆଗାମୀ ଫିଲ୍ମ ‘ଦି ସ୍କାଏ ଇଜ୍‌ ପିଙ୍କ୍‌’ର ଶୁଟିଂରେ ବ୍ୟସ୍ତ ରହୁଛନ୍ତି ଉକ୍ତ ଅଭିନେତ୍ରୀ ଜଣକ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ଭିତ୍ତିକରି ଏପରି ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଯାହା ସୋନାଲି ବୋଷ୍‌ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏକ ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିବା ବେଳେ ଏଥିରେ ଉଭୟ କଳାକାର ଅଭିନେତ୍ରୀ ପ୍ରିୟଙ୍କା ଏବଂ ଅଭିନେତା ଫାରହାନ୍‌ ଅଖତର ପ୍ରଦୂଷଣ ନିରୋଧୀ ମୁଖା ପିନ୍ଧିଥିବା ଦେଖିବାକୁ ମିଳୁଛି। ଯାହାର ଫଟୋ ଫାରହାନ୍‌ ସୋମବାର ଇନ୍‌ଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି।