ରାଫେଲ ବିମାନ ମାମଲାକୁ ନେଇ ସୁପ୍ରିମ୍‌ କୋର୍ଟର ରାୟ

0
111
rafale-deal-no-debate-on-pricing-for-now-supreme-court-say

ଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ମାମଲାରେ ଏବେ ସୁପ୍ରିମ୍‌କୋର୍ଟ ବାୟୁସେନା ଉଚ୍ଚାଧିକାରୀଙ୍କ ମତ ଲୋଡିଛନ୍ତି । ଏହାକୁ ଭିତ୍ତି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବୁଧବାର ରାୟ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟ ଦାସଲ୍ଟ ଏଭିଏସନ୍‌ ଠାରୁ ଭାରତ କିଣୁଥିବା ୩୬ଟି ରାଫେଲ ବିମାନର ମୂଲ୍ୟକୁ ବର୍ତ୍ତମାନ ପାଇଁ ସର୍ବସାଧାରଣରେ ପ୍ରକାଶ କରିବାର କୌଣସି ପ୍ରକାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଏଥିସହ ସୁପ୍ରିମ୍‌ କୋର୍ଟର ବିନା ଅନୁମତିରେ ରାଫେଲ ବିମାନର କ୍ରୟ ମୂଲ୍ୟ ସର୍ବସାଧାରଣରେ ଘୋଷଣା କରାଯାଇ ପାରିବ ନାହିଁ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି।