ମୋଦିଙ୍କ ବିରୁଦ୍ଧରେ ଏକଜୁଟ ହେଲେ ରାହୁଲ ଓ ଚନ୍ଦ୍ରବାବୁ

0
132
naidu and rahuls pre planning against modi

ନୂଆଦିଲ୍ଲୀ: ଗତକାଲି ବିରୋଧୀ ଦଳ ମାନଙ୍କ ମଧ୍ୟରେ ଆପସ ବୁଝାମଣା ନିମନ୍ତେ ଏକାଠି ହୋଇଛନ୍ତି ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବୈଠକ ପରେ ରାହୁଲ ଏବଂ ନାଇଡୁ କହିଛନ୍ତି ଯେ ଆମ ମାନଙ୍କ ମଧ୍ୟରେ ଆଲୋଚନା ବେଶ ସକାରାତ୍ମକ ରହିଛି। ଏବଂ ଏହାପରଠୁ ଆମେ ଏକାଠି କାମ କରିବାର ନିଷ୍ପତ୍ତି ନେଇଛୁ। ଦେଶର ଗଣତନ୍ତ୍ର ବ୍ୟବସ୍ଥା ଏବଂ ଭବିଷ୍ୟତକୁ ସୁରକ୍ଷା ଦେବା ନିମନ୍ତେ ସେମାନେ ଏହି ପଦକ୍ଷେପ ନେଇଛନ୍ତି ବୋଲି ରାହୁଲ କହିଛନ୍ତି। ନାଇଡୁ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ଏହି ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱମୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଡିସେମ୍ବର ୭ରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଦିଙ୍କ ବିରୁଦ୍ଧରେ ଯୋଜନା ଚଳାଇଛନ୍ତି ନାଇଡୁ। ଏହା ପୂର୍ବରୁ ସେ ଏନ୍ସିପି ମୁଖ୍ୟ ଶରଦ ପାୱାର ଏବଂ ନ୍ୟାସନାଲ କନ୍ଫରେନ୍ସ ନେତା ଫରୁକ ଅବଦୁଲ୍ଲାଙ୍କୁ ଦିଲ୍ଲୀରେ ଭେଟି ଥିଲେ। ବିଭିନ୍ନ ପାର୍ଟିର ମୁଖ୍ୟଙ୍କ ସହ ଭେଟ ହୋଇ ନାଇଡୁ ଏହି ଚକ୍ରାନ୍ତ ଚଲାଉଥିବାର ଜଣା ଯାଇଛି।