୫୦ ବର୍ଷର ସମ୍ପର୍କକୁ ଭାଙ୍ଗିଲେ ମହିନ୍ଦା ରାଜପାକ୍ସେ

0
139
Rajapaksa ends 50-years association with Sirisena's party

କଲୋମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ମଇଥ୍ରୀପାଲ ଶିରିସେନାଙ୍କ ଦ୍ୱାରା ବିବାଦୀୟଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ମହିନ୍ଦା ରାଜପାକ୍ସେ ଏସ୍‌ଏଲଏଫ୍‌ପି ସହ ୫୦ ବର୍ଷର ସମ୍ପର୍କକୁ ଭାଙ୍ଗି ଏବେ ନୂତନ ଦଳ ଶ୍ରୀଲଙ୍କା ପିପୁଲ୍ସ ପାର୍ଟିରେ ଯୋଗ ଦେବା ସହ ଜାନୁଆରୀ ୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ଲଢ଼ିବାକୁ ନେଇ ସ୍ପଷ୍ଟ ହୋଇଯାଇଛି। ୨୦୦୫ ମସିହାରୁ ଶ୍ରୀଲଙ୍କାକୁ ଶାସନ କରିଆସି ଥିବାବେଳେ ରାଜପାକ୍ସେ ୨୦୧୫ରେ ଶିରିସେନାଙ୍କଠାରୁ ରାଷ୍ଟ୍ରପତି ନିର୍ବାଚନରେ ହାରିଯାଇ ଥିବାବେଳେ ଏହି ପରାଜୟ ପଛରେ ଥିଲା ବିକ୍ରମସିଂଘେଙ୍କ ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟି।