ରାଜଗାଙ୍ଗପୁର ଫରେଷ୍ଟ: ହାତୀକୁ ମାରି ଜଙ୍ଗଲରେ ପୋତିଦେଲେ ଦୁର୍ବୃତ୍ତ

0
115
rajgangpur: burid elephant after killed

ସୁନ୍ଦରଗଡ : ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର ସୁନାଖଣ୍ଡି ଲୁହାଖାନ ଜଙ୍ଗଲରେ ଏକ ମାଇ ହାତୀକୁ ମାରି ପୋତି ଦିଆଯାଇଥିବା ଜଣାପଡିଛି । ଗୁରୁବାର ରାତିରେ ଏ ସମ୍ପର୍କରେ ବନ ବିଭାଗ ଖବର ପାଇଥିଲା । ଶୁକ୍ରବାର ସକାଳେ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ପୋଷ୍ଟମଟମ ପାଇଁ ପଠାଇଛି ବନବିଭାଗ । ଏହା ସହ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି ।