ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ବଜାର ସରଗରମ..

0
130
Girls crowd at a stall selling Rakhis, traditional Indian sacred threads, at a market in the western Indian city of Ahmedabad August 1, 2012. Rakhi is also the name of a Hindu festival, also known as Raksha Bandhan, during which a sister ties one or more of the sacred threads onto her brother's wrist to ask for his protection. The festival will be celebrated across the country on Thursday. REUTERS/Amit Dave (INDIA - Tags: RELIGION SOCIETY)

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ  ରାକ୍ଷୀ ବଜାର  ଭିଡ |  ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍‌ର ରାକ୍ଷୀ।

ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ସମ୍ପର୍କର ପବିତ୍ର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଚଞ୍ଚଳ ହୋଇଉଠିଛି।

କଟକ ସହରର ନିମସାହି, ବକ୍ସିବଜାର, ରାଣୀହାଟ, ଚୌଧୁରୀ ବଜାର ଭଳି ଅନେକ ସ୍ଥାନରେ ଖୋଲିଛି ରାକ୍ଷୀ ଦୋକାନ। ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଲାଗିଛି ଭିଡ |

ସେପଟେ ଗ୍ରାହକଙ୍କ ଚାହିଦା ଦେଖି ସେମାନଙ୍କ ମନ ଜାଣି ବ୍ୟବସାୟୀ ଜିନିଷ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଛି ଷ୍ଟୋନ୍‌ ରାକ୍ଷୀ। ଯାହାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।